Bharati Nayak

26th May 1962, Cuttack
Send Message

ଟିପ୍ପଣୀ

ମୋର ତ ଏଇ ଭାତ ହାଣ୍ଡିର ସଂସାର
ତେଲ ଚିକିଟା କଳାଧୂଆଁ
ଭୀମ ବାର, ସରଫ, ସାବୁନ, ଝାଡୁପୋଛା
ସକାଳ ଟିଫିନ ଠାରୁ ରାତି ରୋଷେଇ
ସବୁ ସଜାଡି ରଖିବାର ଭାର
ପିଲାଙ୍କ ଜୋତାପଲିସ ଆଉ ସ୍କୁଲଡ୍ରେସ ଇସ୍ତ୍ରୀ କରା,
ଦିଅଁପୂଜା, ଅତିଥିଚର୍ଚ୍ଚା
ଫୋନକଲ ଆଟେଣ୍ଡ
ପେପରଵାଲା ର ବିଲ ପେମେଣ୍ଟ
ପାଣିବିଲ, ବିଜୁଳି -ବିଲ ଦାଖଲ
ସବୁ ସଜାଡି ରଖୁ ରଖୁ
ଅଫିସ ବେଳ ହୋଇସlରିଥାଏ
ଭାତଗୁଣ୍ଡାଙ୍କ ପାଟି କୁ ନେଇ
ଶାଢ଼ୀପିନ୍ଧାରେ ଲାଗିଯାଏ l

ଏଇ ଅଟୋଵାଲା ବି
ବେଳେ ବେଳେ ଦାଉ ସାଧନ୍ତି
ହେଡ଼ ମାଷ୍ଟ୍ରଙ୍କ ତାଗିଦା
ଟାଇମରେ ପହଂଚି ବାକୁ ହେବ l


ସ୍କୁଲପିଲାଙ୍କୁ ପାଠ ପଢ଼େଇବାରେ ବକର ବକର
ଖାତା କରେଁକ୍ସନରେ ଝାଳନାଳ
ତା ଉପରେ ପୁଣି ମଧ୍ୟାହ୍ନ ଭୋଜନ ତଦାରଖ
ସବୁ ଡିଉଟି ସାରି , ସନ୍ଧ୍ୟାରେଫେରିବା ପରେ
ସ୍ୱାମୀଙ୍କର ବଙ୍କାହସ, ବ୍ୟଙ୍ଗବାଣୀ
ଆଜି ଏଇ ଅପରାଜିତା ଷଡ଼ଙ୍ଗୀ
ଠକେଇ ମାଷ୍ଟ୍ରାଣୀ ଗୁଡ଼ାଙ୍କୁ
ଦେଇଛି ନାଛି
ସେମାନଙ୍କର ରଙ୍ଗ ବେରଙ୍ଗ ଷ୍ଟାଇଲସବୁ ବାହାରି ଯିବ
ଗୋଲାପୀ ଶାଢ଼ୀ, କାଳିଆ ବ୍ଲାଉଜ
ବେସ ହୋଇଛି
ଧରା ପଡିଯିବେ ରାସ୍ତାରେ
ଲେଟ ଆସିବା ଅଭ୍ୟାସ ସବୁ ବାହାରିଯିବ !

ମୋ ଦୀର୍ଘ ନି8ଶ୍ୱାସ ରେ
ବ୍ୟଙ୍ଗବାଣୀକୁ ହଜମ କରିଦିଏ
ରାତିପାଇଁ , ସକାଳ ପାଇଁ
ଆସୁ ଥିବା ଦିନଗୁଡିକ ପାଇଁ
ମୁଁ ପ୍ରସ୍ତୁତ ହେଉ ଥାଏ ,
କେଜାଣି ଅପରାଜିତା ଷଡ଼ଙ୍ଗୀ
କି ସଜାଡି ପାରିବ
ମୋ ପିଲାଙ୍କ ବହିପତ୍ର
ଜୋତା ପଲିସ, ଡ୍ରେସଜାମା, ଇସ୍ତ୍ରୀ କରା
ନା ମୋ ସ୍ୱାମୀଙ୍କ ତାସ ଖେଳା
ପାନ, ମଦ, ସିଗାରେଟ ଖିଆ,
ମୋ ସଂସାର, ମୋର ,
ମୁଁ ମାଷ୍ଟ୍ରାଣୀ ହୁଏବି
ନ ବୁଝୁ ଅପରାଜିତା ,
ହେଇ ଦେଖ,
ଏଇ ଦାଣ୍ଡଦୁଆରେ ଫୋପାଡ଼ିଦେଲି
ତୁମର ଯେତେ ବ୍ୟଙ୍ଗ ଟିପ୍ପଣୀ !
58 Total read